Advertisment

SBI ବ୍ରାଞ୍ଚ ପାଲଟିଲା ରଣକ୍ଷେତ୍ର

SBI ବ୍ରାଞ୍ଚ ପାଲଟିଲା ରଣକ୍ଷେତ୍ର, କନ୍ନଡ ବନାମ ହିନ୍ଦିକୁ ନେଇ ଟକରା-ଟକରୀ ହେଲେ ବ୍ରାଞ୍ଚ୍ ମ୍ୟାନେଜର ଓ ଗ୍ରାହକ। କଥା ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ଥିବାବେଳେ ସମ୍ପୃକ୍ତ ବ୍ୟାଙ୍କ୍ କର୍ମଚାରୀଙ୍କୁ ଟ୍ରାନ୍ସଫର୍ କରାଯାଇଛି।

author-image
Santosh Kumar Sahoo

କନ୍ନଡ ବନାମ ହିନ୍ଦୀ ଯୁଦ୍ଧ ଲାଗିଥିବା ରଣକ୍ଷେତ୍ର ହେଉଛି ବେଙ୍ଗାଲୁରୁ ଚାନ୍ଦପୁରା ଏସବିଆଇ ବ୍ରାଞ୍ଚ।  ଜଣେ କଷ୍ଟମର୍ ଓ ଏସବିଆଇ ବ୍ରାଞ୍ଚ୍ ମ୍ୟାନେଜର ହେଲେ ରଣକ୍ଷେତ୍ରର ଯୋଦ୍ଧା। ଯୁଦ୍ଧ ଲାଗିଛି ଭାରତ ଭଳି ସାର୍ବଭୌମ ରାଷ୍ଟ୍ରରେ, ତାହା ପୁଣି ଭାଷାକୁ ନେଇ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କନ୍ନଡ ବନାମ ହିନ୍ଦୀ ଟକ୍କର। ଭିଡିଓ ଅନୁସାରେ, ଗ୍ରାହକ ଜଣକ କର୍ଣ୍ଣାଟକର ଚାନ୍ଦପୁରା ବ୍ରାଞ୍ଚକୁ ଆସି ବ୍ୟାଙ୍କରେ କାମ କରୁଥିବାରୁ ଅଧିକାରୀଙ୍କୁ ତାଙ୍କ ସହ କନ୍ନଡରେ କଥା ହେବାକୁ କହିଥିଲେ। ସେମାନେ କଥା ନ ହେବାରୁ ଭିଡିଓ ଶୁଟ୍ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ବ୍ୟାଙ୍କ କର୍ମଚାରୀ ହିନ୍ଦୀରେ ହିଁ କଥା ହେବାକୁ ଜିଦ୍ ଧରିଥିଲେ।

Advertisment
SBI Hindi
Advertisment
Advertisment