Republic Day Parade
ଏଥର ସାଧାରଣତନ୍ତ୍ର ଦିବସରେ ମିଲିଟାରୀ ବ୍ୟାଣ୍ଡ୍ ବଦଳରେ, ପ୍ରଥମ ଥର ପାଇଁ ସମାରୋହ ଆରମ୍ଭ କରିଥିଲେ ମହିଳା ବାଦ୍ୟକାରଙ୍କୁ ନେଇ ଗଠିତ ଆବାହନ
ଗ୍ରୁପ୍। ଶହେ ଜଣ ମହିଳା କଳାକାରଙ୍କ ଶଙ୍ଖଧ୍ୱନି, ନାଦସ୍ୱରମ ଓ ନାଗରା ଆଦିରେପ୍ରକଂପିତ ହୋଇଥିଲା ଦିଲ୍ଲୀର କର୍ତ୍ତବ୍ୟପଥ। ଦେଶବାସୀଙ୍କ ଛାତି ସେତେବେଳେ ଗର୍ବରେ ଫୁଲି ଉଠିଥିଲା, ଯେତେବେଳେ ଭାରତର ମହିଳା ରାଷ୍ଟ୍ରପତି ଗ୍ରହଣ କରିଥିଲେ ଅଲ୍-ୱିମେନ ଟ୍ରାଇସର୍ଭିସ କଣ୍ଟିନଜେଣ୍ଟର ଅଭିବାଦନ । ଇତିହାସରେ ପ୍ରଥମ ଥର ପାଇଁ ଏକାଠି ପରେଡ୍ କରିଥିଲେ ଜଳ, ସ୍ଥଳ ଓ ବାୟୁସେନାର ମହିଳା ଅଫିସର୍। ନେତୃତ୍ୱ ନେଇଥିଲେ ଆର୍ମି ମିଲିଟାରୀ ପୋଲିସର କ୍ୟାପଟେନ ସନ୍ଧ୍ୟା। ଏକତା
ଓ ସାମର୍ଥ୍ୟକୁ ଦର୍ଶାଉଥିବା ଏହି ୩ ବାହିନୀ ମିଳିତ ପରେଡର ବାର୍ତ୍ତା ଥିଲା ସେବା ତଥା ସହାୟତା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)