Advertisment

Digha Jagannath Temple: ଶ୍ରୀମନ୍ଦିରର ନକଲ କଲେ, ଦୀଘାକୁ 'ଜଗନ୍ନାଥ ଧାମ' କହିଲେ ଦିଦି

ପୁରୀ ଶ୍ରୀମନ୍ଦିର ଭଳି ଅବିକଳ ଦୀଘା ଜଗନ୍ନାଥ ମନ୍ଦିରକୁ ଟିକିଏ ଦେଖନ୍ତୁ । ପଥରର ଚତୁର୍ଦ୍ଧା ମୂର୍ତ୍ତିଙ୍କ ରୂପ ବେଶ୍‌ ମନମୁଗ୍ଧକର । ଭକ୍ତଟିଏ ଏ ଚକା ଆଖିକୁ ଦେଖିଲେ କିଛି ସମୟ ନିଶ୍ଚୟ ଚାହିଁ ରହିବ । ହେଲେ ମହାପ୍ରଭୁଙ୍କ ଏ ମନ୍ଦିର ପଛରେ ଲୁଚି ରହିଛି କୁଆଡ଼େ ରାଜନୀତି ଆଉ ଧର୍ମିୟ ଭାବନା । ଏ ମନ୍ଦିରକୁ ମମତା ସରକାର ତିଆରି କରି ପ୍ରଶଂସା ସାଉଁଟିବାକୁ ଚେଷ୍ଟା କରୁଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି

ପୁରୀ ଶ୍ରୀମନ୍ଦିର ଭଳି ଅବିକଳ ଦୀଘା ଜଗନ୍ନାଥ ମନ୍ଦିରକୁ ଟିକିଏ ଦେଖନ୍ତୁ । ପଥରର ଚତୁର୍ଦ୍ଧା ମୂର୍ତ୍ତିଙ୍କ ରୂପ ବେଶ୍‌ ମନମୁଗ୍ଧକର । ଭକ୍ତଟିଏ ଏ ଚକା ଆଖିକୁ ଦେଖିଲେ କିଛି ସମୟ ନିଶ୍ଚୟ ଚାହିଁ ରହିବ । ହେଲେ ମହାପ୍ରଭୁଙ୍କ ଏ ମନ୍ଦିର ପଛରେ ଲୁଚି ରହିଛି କୁଆଡ଼େ ରାଜନୀତି ଆଉ ଧର୍ମିୟ ଭାବନା । ଏ ମନ୍ଦିରକୁ ମମତା ସରକାର ତିଆରି କରି ପ୍ରଶଂସା ସାଉଁଟିବାକୁ ଚେଷ୍ଟା କରୁଛନ୍ତି । ହେଲେ ପଶ୍ଚିମବଙ୍ଗ ବିରୋଧୀଦଳ ନେତା କହିଛନ୍ତି ସରକାରୀ ଟଙ୍କାରେ ମନ୍ଦିର ନିର୍ମାଣ ହୁଏନି । ଏହାକୁ ଜଗନ୍ନାଥ ଧାମ ନକହି  ଜଗନ୍ନାଥ କଲଚର ନାଁ ରଖିପାରିଥାନ୍ତେ । ନିଜର ରାଜନୀତି ନିଶାକୁ ଚରିତାର୍ଥ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ବୋଲି ଶୁଭେନ୍ଦୁ ମମତାଙ୍କୁ ଟାର୍ଗେଟ କରିଛନ୍ତି। ପୁରୀରେ ଜଗନ୍ନାଥ ଧାମ ଥାଉ ଥାଉ, ସରକାରୀ ଟଙ୍କାରେ ଦୀଘାରେ ଆଉ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଦୀଘାକୁ ଜଗନ୍ନାଥ ଧାମ କହିବା ନେଇ ବିବାଦ ଦେଖାଦେଇଛି ।  

Advertisment
Jagannath Temple Puri Jagannath Digha
Advertisment
Advertisment