Advertisment

ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’

'ଅପରେସନ ସିନ୍ଦୂର' ଓ ତତପରେ ଗତକାଲି ପାକିସ୍ତାନ ସହ ଅସ୍ତ୍ରବିରତି ସହମତି ପରେ ନୂଆଦିଲ୍ଲୀରେ ବସିଛି ବେଶ୍ ଗୁରୁତ୍ବପୂର୍ଣ୍ଣ ବୈଠକ । ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ ।

author-image
Santosh Kumar Sahoo

‘ଅପରେସନ ସିନ୍ଦୂର’କୁ ବଡ଼ ସୂଚନା ଦେଇଛି ଭାରତୀୟ ବାୟୁ ସେନା । ଏବେ ବି ‘ଅପରେସନ୍‌ ସିନ୍ଦୂର’ ଜାରି ରହିଥିବା କହିଛି IAF । ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏନେଇ ସୂଚନା ଦେଇଛି ଭାରତୀୟ ବାୟୁ ସେନା । IAF ପକ୍ଷରୁ କୁହାଯାଇଛି କି, ଦିଆଯାଇଥିବା ଟାସ୍କକୁ ବାୟୁସେନା ସଫଳତାର ସହ କରୁଛି । ସମନ୍ୱିତ ଓ ସୁଚିନ୍ତିତ ଭାବେ ଅପରେସନ୍ ଚାଲିଛି । ଆନୁମାନିକ ଓ ଅସତ୍ୟ ଖବରଠାରୁ ଦୂରେଇ ରୁହନ୍ତୁ । ସଠିକ୍‌ ସମୟରେ ଏନେଇ ଅବଗତ କରାଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ।

Advertisment
Operation Sindoor Indian Air Force
Advertisment
Advertisment