Advertisment

Pahalgam Terror Attack: ହମାସ୍ ଷ୍ଟାଇଲରେ ପହଲଗାମ୍ ଆଟାକ୍, କ’ଣ ପାଇଁ ହେଲା ଆକ୍ରମଣ ?

ହମାସ୍ ଷ୍ଟାଇଲରେ ଗତକାଲି କାହିଁକି ନିରୀହ ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଆକ୍ରମଣ କଲେ ଆତଙ୍କୀ ? ପହଲଗାମ୍ ବୈସାରନ୍ ଭ୍ୟାଲିକୁ କାହିଁକି ବାଛିଲେ ?

author-image
Namita Biswal

ଦେଖନ୍ତୁ ଏ ଦୁଇଟି ଦୃଶ୍ୟକୁ । ଗୋଟିଏ ଇସ୍ରାଏଲୀଙ୍କ ଉପରେ ହମାସ ଆଟାକ୍, ଅନ୍ୟଟି ଗତକାଲିର ପହଲଗାମ୍ ଆଟାକ୍ । ତେବେ ହମାସ୍ ଷ୍ଟାଇଲରେ ଗତକାଲି କାହିଁକି ନିରୀହ ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଆକ୍ରମଣ କଲେ ଆତଙ୍କୀ ? ପହଲଗାମ୍ ବୈସାରନ୍ ଭ୍ୟାଲିକୁ କାହିଁକି ବାଛିଲେ ? ଏ ସାଟେଲାଇଟ ଇମେଜ୍ ଉପରେ ନଜର ପକାନ୍ତୁ । ଚାରିପଟେ ଘଞ୍ଚ ଜଙ୍ଗଲ ଓ ଉଚ୍ଚ ବରଫାବୃତ ପାହାଡ଼ । ତା' ମଝିରେ ରହିଛି ମିନି ସ୍ବିଜରଲ୍ୟାଣ୍ଡ କୁହାଯାଉଥିବା ବୈସାରନ୍ ଉପତ୍ୟକା । ପହଲଗାମ୍ ହିଲଷ୍ଟେସନ ଠାରୁ ୭ କିଲୋମିଟର ଦୂର ଏବଂ ଗୋଟିଏ ପଥୁରିଆ କଚ୍ଚା ରାସ୍ତାରେ କେବଳ ପାଦରେ ଚାଲିଚାଲି ନଚେତ୍ ଘୋଡ଼ା ପିଠିରେ ବସି ସେଠାକୁ ଯିବା ସମ୍ଭବ । ସେଠାରେ ହଠାତ୍ ସେନା କିମ୍ବା ସୁରକ୍ଷାବାହିନୀ ପହଞ୍ଚିବା ସମ୍ଭବ ନଥିବାରୁ, ହୁଏତ ସେହି ସ୍ଥାନକୁ ବାଛିଥିଲେ ଆତଙ୍କୀ ।   

Advertisment
Islamic State Terrorist Group Terror Attack In Kashmir
Advertisment
Advertisment