Advertisment

ଓଟିଭି କ୍ୟାମେରାରେ “କେରଳ”

କେରଳ ଓ୍ୱାଏନାଡରେ ହୋଇଥିବା ବିଭିଷୀକା ସ୍ଥଳ ଆଡକୁ ଯାଉଥିଲା ଓଟିଭି। ସେସମୟରେ କ୍ୟାମେରାରେ କ୍ୟାପଚର ହୋଇଥିଲା କିଛି ଏମିତି ଦୃଶ୍ୟ ।

author-image
Santosh Kumar Sahoo

କେରଳ ଭାରତର ପ୍ରମୁଖ ରାଜ୍ୟମାନଙ୍କ ଭିତରୁ ଗ୍ଟିଏ । ଯାହାର ସୁନ୍ଦରତା କେବଳ ହିଁ ତା’ର ପରିଚୟ । ଚାରିଆଡେ ଘଞ୍ଚ ଜଙ୍ଗଲ । ଠାଏ ଠାଏ ପାହାଡରେ ଚା ବଗିଚା ସହ ଉଚ୍ଚ ଉଚ୍ଚ ନଡ଼ିଆ ଆଉ ଗୁଆ ଗଛ । ସାମାନ୍ୟ ବର୍ଷାରେ ଓଦା ହେଲେ ତା ରାସ୍ତାଗୁଡ଼ିକ ବି ମନ କିଣି ନିଅନ୍ତି । କିନ୍ତୁ ଏଥର ଏ ଚର୍ଚ୍ଚା ଟିକେ ଭିନ୍ନ । କେରଳ ଏବେ ଚର୍ଚ୍ଚିତ । ସୁନ୍ଦରତା ପାଇଁ ନୁହେଁ ବରଂ ବିଭୀଷିକା ପାଇଁ । ପ୍ରକୃତିର କରାଳ ରୂପକୁ ଏଠି ଭୋଗୁଛନ୍ତି ନିରିହ ମଣିଷମାନେ ।

Advertisment
Otv Kerala Landslide
Advertisment
Advertisment