Advertisment

ଟାଟା ଟ୍ରଷ୍ଟକୁ ମିଳିଲା ନୂଆ ଅଧ୍ୟକ୍ଷ

ଟାଟା ଟ୍ରଷ୍ଟସ୍ ର ଗୁରୁଦାୟିତ୍ୱ ହାତକୁ ଆସିବା ପରେ, ନୋଏଲ 'ଟାଟା ଗ୍ରୁପ୍' ଭଳି ବିଶାଳ ସାମ୍ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣରେ ବି ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । କାରଣ ଟାଟା ଗ୍ରୁପ୍ ର ହୋଲ୍ଡିଂ କଂପାନୀ ଟାଟା ସନ୍ସର ୬୬ ପ୍ରତିଶତ ଅଂଶଧନ, ଟାଟା ଟ୍ରଷ୍ଟସ୍ ପାଖରେ ରହିଛି ।

author-image
Santosh Kumar Sahoo

ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟସ୍ ର ନୂଆ ଅଧ୍ୟକ୍ଷ ହୋଇଛନ୍ତି ତାଙ୍କ ସାବତ ଭାଇ ନୋଏଲ ଟାଟା । ୬୭ ବର୍ଷୀୟ ନୋଏଲ ହେଉଛନ୍ତି ନଭଲ ଟାଟା ଏବଂ ସିମୋନ୍ ଟାଟାଙ୍କ ପୁଅ । ଗତ ୪୦ ବର୍ଷ ଧରି ଟାଟା ଗ୍ରୁପ୍ ସହ ଜଡ଼ିତ ଥିବା ନୋଏଲ୍ ଟାଟା ଗ୍ରୁପ୍ ଅନ୍ତର୍ଗତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କଂପାନୀର ଚେୟାରମ୍ୟାନ୍ ଓ ଭାଇସ୍ ଚେୟାରମ୍ୟାନ ଅଛନ୍ତି । ତାଙ୍କ ନେତୃତ୍ୱରେ କେବଳ ଟାଟା ଟ୍ରଷ୍ଟ ନୁହେଁ, ସାମଗ୍ରିକ ଭାବେ ଟାଟା ଗ୍ରୁପ୍ ଯାତ୍ରାକୁ ବି ନୂଆ ଗତି ମିଳିପାରେ ବୋଲି ଆଶା କରାଯାଉଛି ।

Advertisment
Ratan Tata
Advertisment
Advertisment