Advertisment

ମନ୍-କୀ-ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୋଟାପା ଚିନ୍ତା

ଖାଇବା ତେଲ ୧୦ ପ୍ରତିଶତ କମାଇବାକୁ କଲେ ଅପିଲ୍ । ଓବେସିଟି, ମୋଟାପା ବା ମେଦବହୁଳତା। ଆବଶ୍ୟକତାଠୁ ଶରୀର ଅଧିକ ଓଜନ। ଏହା କେବଳ ଯେ ସୌନ୍ଦର୍ଯ୍ୟକୁ ବିଗାଡ଼େ ତା ନୁହେଁ, ଡାକିଆଣେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଓ ଜଟିଳ ବ୍ୟାଧି।

author-image
Santosh Kumar Sahoo

ମୋଟାପଣରୁ ରକ୍ଷା ପାଇବାକୁ କମ୍ କରନ୍ତୁ ଖାଇବା ତେଲ। ଆଜି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ମୋଟାପା ବା ଓବେସିଟିକୁ ନେଇ ଉଦବେଗ ପ୍ରକାଶ କରିବା ସହ, ଏଥିରୁ ରକ୍ଷା ପାଇବାକୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି ଫିଟ୍ ଓ ସୁସ୍ଥ ଦେଶ ବନିବା ପାଇଁ ଆମକୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେବ। ମୋଟାପା ସ୍ବାସ୍ଥ୍ୟ ପ୍ରତି କେତେ କ୍ଷତିକାରକ ଏବଂ କେଉଁ ସବୁ ଉପାୟ ଆପଣେଇଲେ ସୁସ୍ଥ ଜୀବନ ଜିଇଁହେବ, ସେନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ସ୍ପୋର୍ଟସ ଓ ସିନେ ସେଲିବ୍ରିଟି ବି ଦେଇଛନ୍ତି ପରାମର୍ଶ ।

Advertisment
Mann Ki Baat Narendra Modi
Advertisment
Advertisment