Advertisment

ମହାକୁମ୍ଭରେ ମହାରେକର୍ଡ

ପ୍ରୟାଗରାଜ ମହାକୁମ୍ଭ କେବଳ ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ସମାଗମ ନୁହେଁ, ବିଶ୍ବ ରେକର୍ଡର ବି ଅଧିକାରୀ ହୋଇଛି।

author-image
Santosh Kumar Sahoo

ପ୍ରୟାଗରାଜ ମହାକୁମ୍ଭ କେବଳ ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ସମାଗମ ନୁହେଁ, ବିଶ୍ବ ରେକର୍ଡର ବି ଅଧିକାରୀ ହୋଇଛି। ତିନି ତିନିଟି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛି ୨୦୨୫ ମହାକୁମ୍ଭ। ଆଜି ଏକ ସ୍ବତନ୍ତ୍ର ସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଧିବଦ୍ଧ ଭାବେ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ଗିନିଜ୍ ୱାର୍ଲ୍ଡ ରେକର୍ଡର ଟିମ୍। ସବୁଠୁ ଅଧିକ ଲୋକଙ୍କ ଦ୍ବାରା ଏକାଠି ନଦୀର ସଫେଇ ଅଭିଯାନ, ସବୁଠୁ ଅଧିକ ଲୋକଙ୍କ ଦ୍ବାରା ଏକାଠି ଗୋଟିଏ ସ୍ଥାନରେ ସଫେଇ ଏବଂ ୮ ଘଣ୍ଟାରେ ସବୁଠୁ ଅଧିକ ଲୋକଙ୍କ ଦ୍ବାରା ହ୍ୟାଣ୍ଡ୍ ପେଣ୍ଟି। ମହାକୁମ୍ଭରେ ଏହି ୩ଟି କ୍ଷେତ୍ରରେ ହୋଇଛି ବିଶ୍ବ ରେକର୍ଡ ।

Advertisment
Yogi Adityanath Maha Kumbh Mela
Advertisment
Advertisment