Advertisment

ଆକାଶରେ ସିନ୍ଦୁରା ଫାଟିବା ଆଗରୁ, ତାଣ୍ଡବ ରଚିଦେଇ ଗଲା ପ୍ରକୃତି

ସୋମବାର ବଡ଼ି ଭୋରରୁ କେରଳ ୱାୟନାଡ଼ ଜିଲ୍ଲାରେ ତିନି ତିନିଟି ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଛି ୫ଟି ଗାଁ।

author-image
Satyendu Shekher Mishra

ଆକାଶରେ ସିନ୍ଦୁରା ଫାଟିବା ଆଗରୁ, ତାଣ୍ଡବ ରଚିଦେଇ ଗଲା ପ୍ରକୃତି । ରାତି ପାହିଲା ବେଳକୁ ସବୁ ଛାରଖାର । ଶୋଇଥିବା ଅବସ୍ଥାରେ କିଏ ଭାସିଗଲା, କିଏ ଧସିଥିବା ପାହାଡ଼ ତଳେ ଦବିଗଲା । ତ ଆଉ କିଏ ସବୁ ଦିନ ପାଇଁ ହଜିଗଲା । ଖବର ନେବାକୁ କି ଖୋଜି ଜାବୁଡ଼ି ଧରିବାକୁ ନାହାନ୍ତି ତାଙ୍କର ବି କେହି ଆପଣାର । ସୋମବାର ବଡ଼ି ଭୋରରୁ କେରଳ ୱାୟନାଡ଼ ଜିଲ୍ଲାରେ ତିନି ତିନିଟି ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଛି ୫ଟି ଗାଁ।

Advertisment
Advertisment
Advertisment