ଚନ୍ଦ୍ର ପରେ ଇସ୍ରୋର ସୂର୍ଯ୍ୟ ଅଭିଯାନ । ଆଉ ଦୂର ନୁହେଁ, ଶୁକ୍ର ଓ ମଙ୍ଗଳ । ମୁନ୍ ମିଶନ ସଫଳ ହେବା ପରେ ମିଶନ ସୂର୍ଯ୍ୟ ପାଇଁ ଅଣ୍ଟା ଭିଡିସାରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଜାରି ହୋଇଛି ସୂର୍ଯ୍ୟ ଅଭିଯାନ ପାଇଁ ପ୍ରସ୍ତୁତ ହେଉଥିବା ଆଦିତ୍ୟ-L1ର ଫଟୋ । ବେଙ୍ଗାଳୁରୁ ସ୍ଥିତ ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ, ଏହାକୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଭାରତର ପ୍ରମୁଖ ସ୍ପେଶପୋର୍ଟ ସତୀଶ ଧାୱନ୍ ସ୍ପେଶ୍ ସେଣ୍ଟରକୁ ଅଣାଯାଇଛି ।
Published By: Satyendu Shekher Mishra
Last updated: 24 August 2023, 09:32 PM IST
କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି। ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।