Terrorists Killed
ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଭାରତ ସୀମାନ୍ତ ଅଞ୍ଚଳରେ ଘନ ଘନ ଫାୟାରିଂ ସହ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି ପାକିସ୍ତାନ, ଯାହାକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍ ଆକାଶରେ ହିଁ ଧ୍ୱଂସ କରିଦେଉଛି । ତେବେ ଏହି ଭୀଷଣ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତୀୟ ସେନାର ଆଉ ଏକ ସଫଳତା ସାମ୍ନାକୁ ଆସିଛି । ଅପରେସନ ସିନ୍ଦୂରରେ ପାକିସ୍ତାନର ୫ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନିପାତ ହୋଇଛନ୍ତି ।
Advertisment
ଏହି ଆତଙ୍କବାଦୀ ପାକିସ୍ତାନର ଜୈସ୍-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା (LeT) ସଂଗଠନର । ସେମାନେ ହେଲେ ଲସ୍କର ଆତଙ୍କୀ ମୁଦାସର ଖାଦିଆନ୍ ଖାସ୍, ଖଲିଦ୍ ଓରଫ ଅବୁ ଆକାଶ, ଜୈସ୍-ଏ-ମହମ୍ମଦ ଆତଙ୍କୀ ହାଫିଜ ମହମ୍ମଦ ଜମିଲ, ମହମ୍ମଦ ୟୁସୁଫ ଅଜହର ଏବଂ ମହମ୍ମଦ ହାସନ୍ ଖାନ୍ ବୋଲି ଚିହ୍ନଟ ହୋଇଛନ୍ତି । ମହମ୍ମଦ ଜମିଲ ଏବଂ ୟୁସୁଫ ଅଜହର JeM ପ୍ରତିଷ୍ଠାତା ମାସୁଦ ଅଜହରର ଭିଣୋଇ ଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)