Advertisment

AMCA Fighter Jet: ଭାରତ ତିଆରି କରୁଛି 5th Gen ଫାଇଟର୍ ଜେଟ୍, ରାଡାରରେ ପଡ଼ିବନି ଧରା

ଭାରତ ତିଆରି କରୁଛି 5th Gen ଫାଇଟର୍ । ଆମେରିକାର F-35 ଓ ଋଷିଆର Su-57ରୁ ଶକ୍ତିଶାଳୀ । ରାଡାରରେ ଧରା ପଡ଼ିବନି, ନିମିଷକେ ତାଣ୍ଡବ ରଚିବ ।

author-image
Namita Biswal

ଭାରତ ଖୁବଶୀଘ୍ର ବିଶ୍ୱର କିଛି ବଛା ବଛା ଦେଶମାନଙ୍କ ସହ ସାମିଲ ହେବାକୁ ଯାଉଛି,ଯେଉଁମାନଙ୍କ ପାଖରେ ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନର ରହିଛି । ଭାରତର ନିଜସ୍ୱ ଜ୍ଞାନକୌଶଳରେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ତିଆରି କରୁଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଏନେଇ ସୂଚନା ମିଳିଛି । ଏହି ପାଇଟର୍ ପ୍ରୋଜେକ୍ଟର ନାଁ ରହିଛି ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (AMCA)। ଏହି ପ୍ରକଳ୍ପକୁ ୨୦୨୪ରେ ଅନୁମୋଦନ କରାଯାଇଥିଲା ଏବଂ ଏହାର ପ୍ରଥମ ସଂସ୍କରଣ ୨୦୩୫ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ ବୋଲି ଆଶା କରାଯାଉଛି।  

Advertisment
DRDO Indian Army Fighter Jets Aircraft
Advertisment
Advertisment