Advertisment

ପାକିସ୍ତାନ ଆର୍ଥିକ ମେରୁଦଣ୍ଡ ଉପରେ ଚାବୁକ ପ୍ରହାର, ଆମଦାନୀ-ରପ୍ତାନୀ ବନ୍ଦ

ପାକିସ୍ତାନକୁ ଭାରତର ପୁଣି ଏକ ବଡ଼ ଝଟକା । ପାକ୍ ଆର୍ଥିକ ମେରୁଦଣ୍ଡ ଉପରେ କଡ଼ା ଚାବୁକ ପ୍ରହାର । ପାକିସ୍ତାନର ସମସ୍ତ ପ୍ରକାର ଆମଦାନୀ ଓ ରପ୍ତାନୀ ଉପରେ ରୋକ ଲଗାଇଲା ଭାରତ ।

author-image
Namita Biswal
ଅଦ୍ୟତନ ହୋଇଛି

ପହଲଗାମ୍ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତିକ୍ତତା । ଏହାରି ମଧ୍ୟରେ ଆତଙ୍କବାଦକୁ ଆଶ୍ରୟ ଦେଉଥିବା ଦେଶକୁ ଆଉ ଏକ ବଡ଼ ଝଟକା ଦେଇଛି ଭାରତ । ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ମେ' 2 ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାକିସ୍ତାନରୁ ସମସ୍ତ ପ୍ରକାରର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ନିଷେଧ କରିଛନ୍ତି ଭାରତ ସରକାର । 

Advertisment
India Pakistan Trade India Pakistan War Pahalgam Terrorist Attack
Advertisment
Advertisment