Advertisment

ପହଲଗାମ୍ ହମଲା ପରେ ରାଫେଲକୁ ନେଇ ବଡ଼ ଡିଲ୍

ଯୁଦ୍ଧପୋତ INS ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକତା ଥିବା ବେଳେ ଚଳିତ ମାସ ୯ ତାରିଖରେ ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ୬୩ ହଜାର କୋଟି ଟଙ୍କାର ଡିଲ୍ କୁ ମଞ୍ଜୁରୀ ଦେଇଥିଲା।

author-image
Santosh Kumar Sahoo

ପହଲଗାମ୍ ହମଲା ପରେ ବଡ଼ ସାମରିକ ଚୁକ୍ତି। ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ। ୨୬ଟି ରାଫେଲ୍ ମେରାଇନ୍ ଏୟାରକ୍ରାଫ୍ଟ କିଣିବା ପାଇଁ ଫ୍ରାନ୍ସ ସହ ୬୩ ହଜାର କୋଟିର ମେଗା ଡିଲ୍ ହୋଇଛି। ୨୨ଟି ସିଙ୍ଗିଲ୍ ସିଟର୍ ଓ ୪ଟି ଟ୍ବିନ୍ ସିଟର୍ ରାଫେଲ୍ ଜେଟ୍ କିଣିବ ଭାରତ। ପ୍ରତିରକ୍ଷା ସଚିବ ଆର.କେ ସିଂ ଓ ନୌସେନା ଉପ ପ୍ରମୁଖ ଭାଇସ ଆଡମିରାଲ କେ. ସ୍ବାମୀନାଥନଙ୍କ ଉପସ୍ଥିତିରେ ଫ୍ରାନ୍ସ ସହ ଚୁକ୍ତି ସ୍ବାକ୍ଷରିତ ହୋଇଚି। ଯୁଦ୍ଧପୋତ INS ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକତା ଥିବା ବେଳେ ଚଳିତ ମାସ ୯ ତାରିଖରେ ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ୬୩ ହଜାର କୋଟି ଟଙ୍କାର ଡିଲ୍ କୁ ମଞ୍ଜୁରୀ ଦେଇଥିଲା।

Advertisment
Indian Navy Pahalgam Terrorist Attack Rafale Jets
Advertisment
Advertisment