Advertisment

ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ ବ୍ୟାନ୍

ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀକୁ ମଧ୍ୟ ବ୍ୟାନ୍ କରାଯାଇଛି। ପାକିସ୍ତାନରୁ ଉତ୍ପାଦିତ କିମ୍ବା ପାକିସ୍ତାନରୁ ରପ୍ତାନୀ ହେଉଥିବା ପ୍ରତ୍ୟେକ ଜିନିଷ ଉପରେ ତୁରନ୍ତ ଏହି ନିୟମ ଲାଗୁ କରାଯାଇଛି ।

author-image
Santosh Kumar Sahoo

ପହଲଗାମ୍ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତିକ୍ତତା । ତେବେ ଏହାରି ମଧ୍ୟରେ ପାକିସ୍ତାନ ବିରୋଧରେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନଠୁ ଭାରତ ସମସ୍ତ ପ୍ରକାର ଆମଦାନୀକୁ ନିଷେଧ କରିଛି । ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ନିକଟରେ ପାକିସ୍ତାନରୁ ଆସିବା ପାଇଁ ପ୍ରସ୍ତୁତ ଥିବା ସମସ୍ତ ପ୍ରକାର ଆମଦାନୀ ଉପରେ ଏହି କଟକଣା ଜାରି କରାଯାଇଛି ।

Advertisment
India Pakistan
Advertisment
Advertisment