ଖୋଜି ଖୋଜି ପୁରୁଷଙ୍କୁ ଗୁଳି
ଭୂସ୍ବର୍ଗରେ ରକ୍ତର ହୋଲି । ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳିମାଡ଼ । ପୁରୁଷଙ୍କୁ ଖୋଜି ଖୋଜି ହତ୍ୟା । ଜମ୍ମୁ କଶ୍ମୀର ୨୬/୧୧ ଆଟାକର ପୁନାରାବୃତ୍ତି। ସେଠି ଜଳପଥରେ ଆସିଥିଲେ, ଏଠି ସ୍ଥଳପଥରେ ଆସି ଘଟାଇଲେ ବର୍ବରକାଣ୍ଡ। ମଙ୍ଗଳବାର ଦେଶର ମିନି ସୁଇଜଲାଣ୍ଡ କୁହାଯାଉଥିବା ପହଲଗାମରେ ହୋଇଛି ରକ୍ତପାତ। ପୁରୁଷ ପର୍ଯ୍ୟଟକଙ୍କୁ ଖୋଜି ଖୋଜି ଗୁଳି କରିଛନ୍ତି ଆତଙ୍କୀ। ଯେଉଁଠି ଦମ୍ପତି ଦେଖିଲେ ସେଠି ଗୁଳିମାଡ଼ କଲେ। ମହିଳାଙ୍କୁ ଛାଡି କେବଳ ପୁରୁଷଙ୍କୁ କରିଥିଲେ ଟାର୍ଗେଟ। ସେନା ବର୍ଦ୍ଦିରେ ଆସି ପର୍ଯ୍ୟଟକଙ୍କ ଉପରେ କରିଥିଲେ ଗୁଳିବର୍ଷା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)