Advertisment

କୁନୋକୁ ଆସିଲେ ଆଉ ୧୨ ଚିତା

ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।

author-image
Tanmay Kumar Mahalik

ନୋକୁ ଆସିଲେ ନୂଆ ଅତିଥି । ଦକ୍ଷିଣ ଆଫ୍ରିକାରୁ ବାୟୁସେନା ବିମାନ ଓ ପରେ ହେଲିକପ୍ଟର ଯୋଗେ ୧୨ଟି ଚିତା ଆଣି ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଛି । ଚିତାଙ୍କୁ ଛାଡ଼ିବା ସହିତ, ମହାଶିବରାତ୍ରିରେ ଏହା ରାଜ୍ୟକୁ ବଡ଼ ଉପହାର ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ପୂର୍ବରୁ କୁନୋରେ ୮ଟି ଚିତା ଥିବା ବେଳେ, ଏବେ ଆସିଥିବା ୧୨ଟି ନୂଆ ଚିତା ସେମାନଙ୍କ ସହିତ ଏକାଠି ରହିବେ ନାହିଁ । ନୂଆ ଚିତାଙ୍କୁ ସ୍ୱତନ୍ତ୍ର ଏନକ୍ଲୋଜରରେ ୨୪ ଘଣ୍ଟିଆ ନଜରରେ ରଖାଯିବ ।

Madhya Pradesh CM African Cheetah Kuno National Park
Advertisment
Advertisment