Pahalgam Massacre
ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ନରସଂହାର ସାରା ଦେଶକୁ ସ୍ତବ୍ଧ କରିଛି । ଆତଙ୍କୀଙ୍କୁ ଗୁଳିରେ କିଏ ବାପାକୁ ହରାଇଛି ତ ଆଉ କି ସ୍ୱାମୀ । ବିବାହ ପରେ ସ୍ୱାମୀ ସହ ବୁଲିବାକୁ ଯାଇଥିବା ନବବଧୂର ଲିଭିଯାଇଛି ସିନ୍ଦୂର । ୨୨ ତାରିଖ ଦିନ ଘଟିଥିଲା ଏହି ଭୟଙ୍କର ଆକ୍ରମଣ । ସେଦିନର ସେହି ଲୋମଟାଙ୍କୁରା ଘଟଣା ବଖାଣିଛି ଗୁଜୁରାଟର ଜଣେ କୁନି ବାଳକ । ଏହି ପିଲାଟି ସୁରଟ ନିବାସୀ ଶୈଳେଶ କାଲଠିଆଙ୍କ ପୁଅ ।ପହଲଗାମ ଆକ୍ରମଣରେ ଶୈଳେଶଙ୍କ ମୃତ୍ୟୁ ହୋଇଥିବାବେଳେ ଆଖି ସାମ୍ନାରେ ବାପାର ମୃତ୍ୟୁକୁ ଦେଖିଥିବା କୁନି ପୁଅ କହିଛି, ଆତଙ୍କବାଦୀମାନେ ହିନ୍ଦୁମାନଙ୍କୁ ଅଲଗା କରି ଗୁଳି କରି ମାରିଦେଲେ । ସେମାନଙ୍କୁ ମୁଣ୍ଡରେ କ୍ୟାମେରା ଲାଗିଥିଲା । ସେ ଲୋକଙ୍କୁ କଲମା ପଢିବାକୁ କହିଥିଲେ, ଯିଏ ନ ପଢିପାରିଲେ ତାଙ୍କୁ ମାରିଦେଲେ । ଏ କୁନି ପିଲାର କଥା ଏବେ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ !
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)