Advertisment

ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ

୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ । ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅଛନ୍ତି ।

author-image
Santosh Kumar Sahoo

'ଅପରେସନ ସିନ୍ଦୂର' ଓ ତତପରେ ଗତକାଲି ପାକିସ୍ତାନ ସହ ଅସ୍ତ୍ରବିରତି ସହମତି ପରେ ନୂଆଦିଲ୍ଲୀରେ ବସିଛି ବେଶ୍ ଗୁରୁତ୍ବପୂର୍ଣ୍ଣ ବୈଠକ । ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ । ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅଛନ୍ତି । ଅସ୍ତ୍ରବିରତି ପରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାରୁ ଆଉ କିଛି ବଡ଼ ଅପଡେଟ୍ ଆସିବା ନେଇ ସମ୍ଭାବନା ରହିଛି । କାହିଁକି ନା ଗତକାଲି ଅସ୍ତ୍ରବିରତି ନେଇ ଦୁଇ ଦେଶ ରାଜି ହୋଇଥିଲେ ମଧ୍ୟ କିଛି ସମୟ ପାଇଁ ପାକିସ୍ତାନ ପଟୁ ଜାମ୍ମୁ ଓ କାଶ୍ମୀର ସମେତ କେତେକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା ଯାହାକୁ ପ୍ରତିହତ କରିଥିଲା ଭାରତୀୟ ସେନା ।

Advertisment
Narendra Modi Rajnath Singh Ajit Doval Operation Sindoor
Advertisment
Advertisment