Advertisment

‘ମୁଁ ପାକିସ୍ତାନର ବୋହୂ ହେବି’

ହ୍ୱାଟସ୍‌ଆପ୍‌ରେ ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କ ସହ ଚାଟ୍‌ କରି ବର ଖୋଜି ଦେବାକୁ କହୁଥିଲେ ଜ୍ୟୋତି। ପାକିସ୍ତାନ ଆଇଏସଆଇ ଅଧିକାରୀ ଅଲ୍ଲି ହସନ୍‌ ସହ ରୀତିମତ ଚାଟ୍‌ କରୁଥିଲେ ଏହି ସୁନ୍ଦରୀ ଜାସୁସ୍‌।

author-image
Santosh Kumar Sahoo

ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ଜ୍ୟୋତି ମଲହୋତ୍ରାଙ୍କ ନିଇତି ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଏବେ ହ୍ୱାଟିସ୍‌ ଚାଟ୍‌ରୁ ମିଳିଛି ତାଙ୍କ ପାକିସ୍ତାନୀ ପ୍ରେମର ଆଉ ଏକ ସତ। ଭାରତର ଝିଅ ପାକିସ୍ତାନର ବୋହୂ ହେବାକୁ ମନ ବଳାଇଥିଲେ। ପାକିସ୍ତାନରେ ଘର ବସାଇବାକୁ ଛଟପଟ ହେଉଥିଲେ ଜ୍ୟୋତି। କେମିତି ପାକିସ୍ତାନରେ ବାହା ହେବ ସେଥିପାଇଁ ବ୍ୟାକୁଳ ହେଉଥିଲେ। ହ୍ୱାଟସ୍‌ଆପ୍‌ରେ ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କ ସହ ଚାଟ୍‌ କରି ବର ଖୋଜି ଦେବାକୁ କହୁଥିଲେ ଜ୍ୟୋତି। ପାକିସ୍ତାନ ଆଇଏସଆଇ ଅଧିକାରୀ ଅଲ୍ଲି ହସନ୍‌ ସହ ରୀତିମତ ଚାଟ୍‌ କରୁଥିଲେ ଏହି ସୁନ୍ଦରୀ ଜାସୁସ୍‌।

Advertisment
Pakistan Jyoti Malhotra
Advertisment
Advertisment