ପୁଅର କବର ସାମ୍ନାରେ ଛାତି ପିଟି କାନ୍ଦୁଛନ୍ତି ବାପା। ଆଖି ଆଗରେ ଚାଲିଛିଯାଇଛି ଘରର କୁଳନନ୍ଦନଙ୍କ ଜୀବନ। ବଢ଼ିଲା ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପା। ପୁଅକୁ କବର ଦେବା ପରେ ବି ତାକୁ ଛାଡି ପାରୁନାହାନ୍ତି କି ତା ବିନା ରହିପାରୁ ନାହାନ୍ତି । ଝୁରି ଝୁରି ତଳେ ଗଡେଇ ତଡେଇ ହୋଇ କାନ୍ଦୁଛନ୍ତି । ପୁଅର ସମାଧିକୁ ଜାବୁଡି ଧରି କହୁଛନ୍ତି, ମୁଁ ତତେ ଛାଡି କୁଆଡେ ଯିବିନି। ମୁଁ ବି ଏଇଠି ରହିବି । ମୋ ସହ ଯାହା ଘଟିଲା, କାହା ସହ ନ ଘଟୁ। କୋଉ ବାପାକୁ ମୋ ଭଳି ଦିନ ଦେଖିବାକୁ ନ ପଡୁ, ଯେମିତି ଆଜି ମୁଁ ଦେଖୁଛି ।
Published By: Namita Biswal
Last updated: 08 June 2025, 02:27 PM IST
ଧୂଆଁ ଆକାଶକୁ ଅନ୍ଧାର କରିଦେଉଥିଲା। ନିଆଁ ଏମିତି ଜଳୁଥିଲା, ପବନ ବି ପୋଡ଼ିଯାଉଥିଲା। ଆଖି ଆଗରେ ଜଳିଚାଲିଥିଲେ ଜଣେ ଜଣେ ମଣିଷ। ମୃତ୍ୟୁର ମହାତାଣ୍ଡବ ଭିତରେ ସେ କିନ୍ତୁ ସାଜିଥିଲେ ମହାବିଜୟୀ। ମୃତ୍ୟୁ ଭିତରେ ଲୁଚିଥିବା ଜୀବନକୁ ଖୋଜି ଖୋଜି ମରଣ ଦୁଆରୁ ଲେଉଟି ଆସିଲେ।