Advertisment

ଗାଡ଼ିରେ ଏକାଧିକ ଫାସ୍‌ଟ୍ୟାଗ୍ ଲାଗିଥିଲେ ସାବଧାନ !

ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।

author-image
Santosh Kumar Sahoo

ଆପଣଙ୍କ ଗାଡ଼ିରେ ଲାଗିଛି କି ଏକାଧିକ ଫାସ୍‌ଟ୍ୟାଗ୍ ? ଯଦି ହଁ, ଜାନୁଆରୀ ୩୧ ପରେ ଗୋଟିଏକୁ ଛାଡ଼ି ଅନ୍ୟ ସବୁ ଫାସ୍‌ଟ୍ୟାଗ୍ ବ୍ଲାକଲିଷ୍ଟ ହୋଇଯିବ। କାରଣ ଗୋଟିଏ ଗାଡ଼ିରେ ଲାଗିପାରିବନି ଏକାଧିକ ଫାସ୍‌ଟ୍ୟାଗ୍। ଏମିତିକି ଗୋଟିଏ ଫାସ୍‌ଟ୍ୟାଗ୍ ଏକାଧିକ ଗାଡ଼ିରେ ବ୍ୟବହାର କରାଯାଇ ପାରିବନି। ପ୍ରତି ଗାଡ଼ି ପାଇଁ ରହିବ ଗୋଟିଏ ମାତ୍ର ଫାସ୍‌ଟ୍ୟାଗ୍।

Advertisment

ଏଥିପାଇଁ ‘ୱାନ୍ ଭେଇକିଲ ୱାନ୍ ଫାସ୍‌ଟ୍ୟାଗ୍’ ଅଭିଯାନ ଆରମ୍ଭ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ- NHAI । ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।

India FASTags NHAI
Advertisment
Advertisment