ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ପଡ଼ିବ ବିଧାନସଭା ଭୋଟ୍ । କେନ୍ଦ୍ରଶାସିତ ଅଞ୍ଚଳ ବନିବା ପରେ ମିଳିବ ପ୍ରଥମ ମୁଖ୍ୟମନ୍ତ୍ରୀ । ୩୭୦ ହଟିବା ପରେ ପ୍ରଥମ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ୯୦ ଆସନ ବିଶିଷ୍ଟ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରେ, ୩ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ରେ ହେବ ଭୋଟିଂ। ଅକ୍ଟୋବର ୪ରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।
Published By: Satyendu Shekher Mishra
Last updated: 16 August 2024, 11:23 PM IST
ମରିଗଲା ମଣିଷ ପଣିଆ । ୭୭ ବର୍ଷୀୟା ମହିଳାଙ୍କୁ ମାଡ଼ ମାରିଲେ । ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଗରମ ଲୁହା ରଡ୍ରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।