Advertisment

ସମ୍ପର୍କ ସୁଧୁରିବାର ସମ୍ଭାବନା ନଥିଲେ, ଆଉ ୬ ମାସର ଅପେକ୍ଷା ନାହିଁ; ତୁରନ୍ତ ହେବ ଛାଡ଼ପତ୍ର

ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଉପଯୋଗ କରି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଛାଡ଼ପତ୍ର ରାୟ ଦେଇପାରିବେ ।

author-image
Tanmay Kumar Mahalik

ସ୍ୱାମୀ ସ୍ତ୍ରୀଙ୍କ ସହମତିରେ ଛାଡ଼ପତ୍ର ପାଇଁ ଆଉ ୬ ମାସ ଅପେକ୍ଷା କରିବାକୁ ପଡ଼ିବନାହିଁ । କେତେକ କ୍ଷେତ୍ରରେ ଉଭୟଙ୍କୁ ୬ ମାସ ଆଗରୁ ହିଁ ଛାଡ଼ପତ୍ର ଦେଇହେବ । ସୁପ୍ରିମକୋର୍ଟ ଆଜି ଏହି ବଡ଼ ରାୟ ଦେଇଛନ୍ତି । ତା’ ସହିତ ସମ୍ବିଧାନର ଧାରା ୧୪୨ ଉପଯୋଗ କରି ସୁପ୍ରିମକୋର୍ଟ ଛାଡ଼ପତ୍ର ରାୟ ଦେଇପାରିବେ ବୋଲି କହିଛନ୍ତି ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ । କେଉଁ କ୍ଷେତ୍ରରେ ବିବାହ ଆଉ ଆଗକୁ ଚାଲି ପାରିବ ନାହିଁ, ତାହା ସ୍ଥିର କରିବାକୁ କୋର୍ଟ ଗାଇଡଲାଇନ୍ସ ବି ଜାରି କରିଛନ୍ତି ।

Advertisment
Divorce Supreme Court Of India Marriage
Advertisment
Advertisment