ବିରୋଧୀଙ୍କ ହାଲ୍ଲାବୋଲ... ସାଧାରଣ ଜନତାଙ୍କ ଆନ୍ଦୋଳନ... ଆଉ ଡାକ୍ତରମାନଙ୍କ ଏ ପ୍ରତିବାଦ । ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ମହିଳା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିରୋଧୀ ଉପରେ ଦୋଷ ଲଦି ରାଜରାସ୍ତାକୁ ଓହ୍ଲାଇଥିବା ପଶ୍ଚିବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭାରି ପଡ଼ିଛି ତାଙ୍କ ଜିଦ୍ । ଏହି ଘଟଣାରେ ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ପ୍ରେସ୍ମିଟ୍ ପରେ ବୋଧହୁଏ ଦିଦିଙ୍କ ମୁଣ୍ଡରେ ବୁଦ୍ଧି ପଶିଛି । ଆଉ ମହିଳାଙ୍କ ସୁରକ୍ଷା ପାଇଁ ଆଣିଛନ୍ତି ନୂଆ ଯୋଜନା । ଯାହାର ନାଁ ‘ରାତିର ସାଥୀ’ ରଖାଯାଇଛି । ଡେରିରେ ହେଉ ପଛେ ଏବେ ମମତା ଦିଦିଙ୍କ ଚେତା ପଶିଛି ।
Published By: Santosh Kumar Sahoo
Last updated: 19 August 2024, 10:36 AM IST
ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ।