ଅଡୁଆରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ବିରୋଧରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ।
ଇଡିର ଚାର୍ଜସିଟରେ ସୁମନ ଦୁବେ ଏବଂ ଅନ୍ୟ କେତେଜଣଙ୍କ ନାଁ ମଧ୍ୟ ସାମିଲ ରହିଛି, ଯାହା ଉପରେ ଶୁଣାଣି ଏପ୍ରିଲ ୨୫ ତାରିଖରେ ହେବ। ମାମଲାରେ ପୂର୍ବରୁ ମଧ୍ୟ ଉଭୟ ସୋନିଆ ଏବଂ ରାହୁଲଙ୍କୁ ଜେରା ହୋଇଛି । ୧୯୩୮ରେ ଜବାହାରଲାଲ୍ ନେହରୁ ନ୍ୟାସନାଲ ହେରାଲ୍ଡ ସମାଚାର ପତ୍ରର ସ୍ଥାପନା କରିଥିଲେ ।
ଏହି ଜର୍ଣ୍ଣାଲ୍ ସେତେବେଳେ ସ୍ବାଧୀନତା ସଂଗ୍ରାମର ପ୍ରତୀକ ଥିଲା । ଏହାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଦ୍ବାରା ପ୍ରକାଶ କରାଯାଉଥିଲା । ୨୦୦୮ ଆର୍ଥିକ ସଂକଟ ପରେ ସମାଚାର ପତ୍ରକୁ ବନ୍ଦ କରିଦିଆଯାଇଥିଲା । ସେବେଠାରୁ ଏହି ବିବାଦ ଆରମ୍ଭ ହୋଇଥିଲା । ୨୦୧୦ରେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ନାମକ କମ୍ପାନି ପ୍ରତିଷ୍ଠା ହୋଇଥିଲା । ଏଥିରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କର ୩୮ ପ୍ରତିଶତ ଲେଖାଏଁ ଅଂଶଧନ ରହିଥିଲା । ଏହାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ୨୦୧୨ରେ ଅଭିଯୋଗ କରିଥିଲେ ।
Published By: Deviprasad Jena
Last updated: 15 April 2025, 11:15 PM IST
ଜମିଜମା କାରବାର ଓ ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରା ଯାଇଥିଲା। ଏହା ସହିତ ତାଙ୍କୁ ମଙ୍ଗଳବାର ହାଜର ହେବାକୁ କୁହାଯାଇଥିଲା।