Advertisment

Brides Reject Marriage: ବେଦି ବଦଳରେ ଥାନାରେ ବସିଲା କନିଆଁ

ଧୁମ୍‌ଧାମ୍‌ରେ ବରଯାତ୍ରୀଙ୍କ ହେଲା ସ୍ୱାଗତ। ହେଲେ ବେଦିକୁ ଯିବା ପୂର୍ବରୁ ହେଲା ହାଇଡ୍ରାମ୍‌। ହଠାତ୍‌ କାର୍‌ ଡିମାଣ୍ଡ କଲେ ବର ବାପା। ବାଶ୍‌ ଏତିକି ଶୁଣିବା ପରେ ଆରମ୍ଭ ହୋଇଗଲା ମହାଭାରତ।

author-image
Santosh Kumar Sahoo

ବାଜୁଥିଲା ଶାହାନାଇ। ସଜେଇ ହୋଇଥିଲା ମଣ୍ଡପ। ଘରେ ଭର୍ତ୍ତି ହୋଇଥିଲେ ବନ୍ଧୁବାନ୍ଧବ। ହାତରେ ମେହେନ୍ଦି ମୁଣ୍ଡରେ ଓଡ଼ଣା ଟାଣି କନିଆ ସାଜିଥିଲେ ଦୁଇ ଭଉଣୀ। ସେପଟେ ଡିଜେ ବଜାଇ ଦାଣ୍ଡ ଦୁଲୁକେଇ ବର ବଶରେ ବରଯାତ୍ରୀ ନେଇ ପହଞ୍ଚିଲେ ଦୁଇ ଭାଇ। ଧୁମ୍‌ଧାମ୍‌ରେ ବରଯାତ୍ରୀଙ୍କ ହେଲା ସ୍ୱାଗତ। ହେଲେ ବେଦିକୁ ଯିବା ପୂର୍ବରୁ ହେଲା ହାଇଡ୍ରାମ୍‌। ହଠାତ୍‌ କାର୍‌ ଡିମାଣ୍ଡ କଲେ ବର ବାପା। ବାଶ୍‌ ଏତିକି ଶୁଣିବା ପରେ ଆରମ୍ଭ ହୋଇଗଲା ମହାଭାରତ। ବିବାହ ଭୋଜିରେ ଉଡିଲା ଚେୟାର ଟେବୁଲ। ହାତାହାତି ହେଲେ ଉଭୟ ପକ୍ଷ। ଶେଷରେ ରାଗି ଯାଇ ବାହା ହେବାକୁ ମନା କରିଦେଲେ କନିଆଁ। ଶିଶୁପାଳ ହୋଇ ଫେରିଲେ ବରବେଶରେ ଥିବା ଦୁଇ ଭାଇ।

Advertisment
Uttar Pradesh Dowry Case
Advertisment
Advertisment