Advertisment

ଆକାଶରେ ବିପଦ, ଏୟାର ଇଣ୍ଡିଆ ଦେଖିଛି ସର୍ବାଧିକ

ଅନେକ ବିମାନ ଦୁର୍ଘଟଣାର ମୂକସାକ୍ଷୀ ଭାରତ ଆକାଶ । ଭାରତ ଆକାଶରେ ଘଟିଛି ଏକାଧିକ ଦୁଃଖଦ ଦୁର୍ଘଟଣା, ଯାହା ବ୍ଲାକ୍ ଷ୍ଟୋରୀ ଭାବେ ଲିପିବଦ୍ଧ ହୋଇ ରହିଛି । ସର୍ବାଧିକ ଟ୍ରାଜେଡ଼ି ଷ୍ଟୋରୀ ଲେଖିଥିବା ଏୟାରଲାଇନ୍ ହେଉଛି ଏୟାର୍ ଇଣ୍ଡିଆ ।

author-image
Namita Biswal

ଅନେକ ବିମାନ ଦୁର୍ଘଟଣାର ମୂକସାକ୍ଷୀ ଭାରତ ଆକାଶ । ଭାରତ ଆକାଶରେ ଘଟିଛି ଏକାଧିକ ଦୁଃଖଦ ଦୁର୍ଘଟଣା, ଯାହା ବ୍ଲାକ୍ ଷ୍ଟୋରୀ ଭାବେ ଲିପିବଦ୍ଧ ହୋଇ ରହିଛି। କେବେ ବିମାନ ଆକାଶରେ ପିଟି ହୋଇଛି ତ ଆଉ କେବେ ରନ୍ ୱେରେ ହୋଇଯାଇଛି କ୍ରାସ୍ । ବିଂଶରୁ ଏକବିଂଶ ଶତାବ୍ଦୀ ମଧ୍ୟରେ ଏପରି ଅନେକ ଛୋଟବଡ଼ ଦୁର୍ଘଟଣା ଘଟିଛି । ମାତ୍ର ସର୍ବାଧିକ ଟ୍ରାଜେଡ଼ି ଷ୍ଟୋରୀ ଲେଖିଥିବା ଏୟାରଲାଇନ୍ ହେଉଛି ଏୟାର୍ ଇଣ୍ଡିଆ। ଦେଶରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ଏୟାର୍ ଇଣ୍ଡିଆର ହିଁ ସାମ୍ନା କରିଛି। ପ୍ରଥମ କରି 1978 ଜାନୁଆରୀ 1ରେ ମୁମ୍ବାଇରେ ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ୍ ହୋଇଥିଲା, ଯେଉଁଥିରେ 213 ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା । ଉଡ଼ାଣର ମାତ୍ର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ପାଇଁ ପାଇଲଟଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ଏୟାର ଇଣ୍ଡିଆ 855 ଫ୍ଲାଇଟ୍ ଆରବ ସାଗରରେ ଖସି ପଡ଼ିଥିଲା । ଫଳରେ ସମସ୍ତ ଯାତ୍ରୀ ଅବେଳରେ ଆଖି ବୁଜିଥିଲେ । 

Advertisment
Air India Flight Accident Plane Crash
Advertisment
Advertisment