Advertisment

କାହିଁକି ଘଟିଲା ଏତେ ବଡ଼ ବିମାନ ଦୁର୍ଘଟଣା ?

କାହିଁକି ଘଟିଲା ଏତେ ବଡ ବିମାନ ଦୁର୍ଘଟଣା, ଯାନ୍ତ୍ରିକ ତୃଟି ନା ପାଇଲଟଙ୍କ ପରିଚାଳନାଗତ ତୃଟି, ଟେକ୍ ଅଫ୍ ସମୟରେ ପକ୍ଷୀ ମାଡରେ ବିମାନର ଇଞ୍ଜନ କାମ କରିନଥିଲା କି, ନା ଅନ୍ୟ କାରଣ...?

author-image
Namita Biswal

ବିମାନ ଟେକ୍‌ ଅଫ କରିବାର ୫ ମିନିଟ୍‌ ଭିତରେ ଘଟିଗଲା ଭୟଙ୍କର ଦୁର୍ଘଟଣା । ସବୁ କିଛି ଜଳି ପୋଡି ପାଉଁଶ ହୋଇଗଲା କିଛି ସମୟ ଭିତରେ । ବିଷେଶଞଙ୍କ କହିବା କଥା ବୋଇଙ୍ଗ ବିମାନର ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥାଇପାରେ। କାରଣ ବିମାନଟି ଟେକ୍‌ ଅଫ କରିବାର ମାତ୍ର ୬୫୦ ଫୁଟ ଉଚ୍ଚତାରେ ପହଞ୍ଚିବା ପରେ ଦୁଇଟିଯାକ ଇଞ୍ଜିନକୁ ପାୱାର ପହଞ୍ଚି ନଥିଲା । ବିମାନଟି ଅଧିକ ଉଚ୍ଚକୁ ଉଠିବା ପାଇଁ ପର୍ଯ୍ୟପ୍ତ ଏୟାର ସ୍ପିଡ ନଥିଲା । ତେଣୁ କ୍ରିଟିକାଲ ଟେକ ଅଫ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଯାହା କକ୍‌ ପିଟରେ ଜାଣିବାକୁ ପାଇଥିଲେ ପାଇଲଟ । କିଛି ଉପାୟ ନପାଇ ଶେଷରେ MAY DAY ମେସେଜ ଦେଇଥିଲେ । ଆଉ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା ବିମାନ ।

Advertisment
Ahmedabad Air India Plane Crash
Advertisment
Advertisment