Advertisment

ଲାଲକିଲ୍ଲାରେ ବାଂଲାଦେଶୀ

୭୯ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ରାଜଧାନୀ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ଧରଣର ତ୍ରୁଟି। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଧସେଇ ପଶିଲେ ଅନୁପ୍ରବେଶକାରୀ ବାଂଲାଦେଶୀ। ସୋମବାର ଜୋରଜବରଦସ୍ତ ଲାଲକିଲ୍ଲା ପରିସରରେ ପ୍ରବେଶ କରିବାବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ୫ ଜଣ ବାଂଲାଦେଶୀ ଯୁବକ। ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଅଟକ ୫ ଜଣଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ଦିଲ୍ଲୀରେ ଏମାନେ ଅବୈଧ ପ୍ରବାସୀ ଭାବେ ରହୁଥିଲେ। ତେବେ ଏ ସମସ୍ତେ ଦିଲ୍ଲୀରେ ଦିନ ମଜୁରିଆ ଭାବରେ କାମ କରୁଥିବା ଜଣାପଡ଼ିଛି।

author-image
Chinmayee Sahoo

Bangladeshi National Red Fort
Advertisment
Advertisment