ନିଆଁ ଖୋଲିଲା ଜଜ୍ଙ୍କ କଳା ଗୁମର !
ଏକ ଅଗ୍ନିକାଣ୍ଡ ପରେ ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ୧୫ କୋଟି ନଗଦ ଟଙ୍କା ମିଳିବା ଚର୍ଚ୍ଚାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ । ବିଚାରବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି ଏଭଳି ସାଂଘାତିକ ଘଟଣା । ତେବେ ସମ୍ପୃକ୍ତ ଜଜ୍ଙ୍କୁ ନିଲମ୍ବନ ନକରି ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପ୍ରସ୍ତାବକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)