ଦୀର୍ଘ ଦୁଇବର୍ଷର କଟକଣା ପରେ ଟିକେ ହସ ଫୁଟିଛି । ଏଥର ଦୀପାବଳିରେ ଭଲ ବ୍ୟବସାୟର ଆଶା ଥିଲା । ହେଲେ ବାଣ ବ୍ୟବସାୟୀଙ୍କ ମନରେ ଏବେ ନିରାଶାର ଭାବ କାହିଁକି ନା ବାତ୍ୟା ଓଡ଼ିଶା ମୁହାଁ ହେଉନଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦୀପାବଳି ବତୁରିଯିବା ଆଶଙ୍କାକୁ ନେଇ ବାଣ କିଣିବେ କି ନାହିଁ ଗ୍ରାହକ ଚିନ୍ତା କରିପାରୁ ନାହାନ୍ତି ।
Published: Sarbeswar
Last updated: 20 October 2022, 10:49 PM IST
ଓଡ଼ିଶା ଉପରୁ ସାମାନ୍ୟ ଟଳିଛି ବାତ୍ୟା ବିପଦ । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଅର୍ଥାତ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନଛୁଇଁ, ରାଜ୍ୟ ଉପକୂଳକୁ ସମାନ୍ତରଳ ଭାବେ ଅତିକ୍ରମ କରିବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ