ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପ୍ରାକୃତିକ ଗ୍ୟାସ ବ୍ୟବହୃତ ଶବଦାହ ଗୃହ । ଅର୍ଥାତ ସିଏନଜି ଗ୍ୟାସ ବ୍ୟବହାର କରି ମୃତଦେହ ଗୁଡିକୁ ଦାହ କରାଯିବ । ଖଣ୍ଡଗିରି ଧର୍ମବିହାର ଠାରେ ଆଜି ଏଇ ପ୍ରଦୂଷଣ ବିହୀନ ଶବଦାହ କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ଖୁବଶୀଘ୍ର ଆଇଗିଣିଆ ଏବଂ କଟକ ଖାନନଗରରେ ମଧ୍ୟ ଅନୁରୂପ ଶବଦାହ କେନ୍ଦ୍ର ହେବ ବୋଲି ସୂଚନା ଦିଆଯାଇଛି । ସେପଟେ ନିୟନ୍ତ୍ରଣ ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଯୋଗ ଦେଇନଥିବାରୁ ଏହାକୁ ନେଇ ତେଜିଛି ରାଜନୀତି ।
Published By: Sarbeswar
Last updated: 18 August 2023, 10:49 PM IST
ଆପଣଙ୍କର କୌଣସି ବ୍ୟାଙ୍କରେ ଟଙ୍କା ଜମା ଅଛି, ହେଲେ ଆଉ ମନେ ନାହିଁ । କେହି ସଂପର୍କୀୟ ବ୍ୟାଙ୍କରେ ଟଙ୍କା ରଖିଥିଲେ କିନ୍ତୁ ତାଙ୍କ ଦେହାନ୍ତ ପରେ କେତେ ଟଙ୍କା ଅଛି ଜାଣି ପାରୁନାହାନ୍ତି । ସେଭଳି କ୍ଷେତ୍ରରେ ଜମା ରାଶିର ତଥ୍ୟକୁ ସହଜରେ ଜଣାଇବାକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ଖୋଲିଛି ଉଦଗମ୍ ନାମକ ଏକ ପୋର୍ଟାଲ୍ । କେମିତି ଏଥିରେ ସାମାନ୍ୟ ତଥ୍ୟ ଦେଇ ଡିଟେଲ୍ସ ପାଇ ପାରିବେ ଆସନ୍ତୁ ଜାଣିବା ।