ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଏ ଛାଟ ପରେ ବ୍ୟବସାୟ ନେଇ ବାଣ ଦୋକାନୀ ଦ୍ବନ୍ଦ୍ବରେ ଥିବା ବେଳେ ଅଧିକ ସଜାଗ ହୋଇଛି ରାଜ୍ୟ ପ୍ରଶାସନ। ଏବେ ପ୍ରଶ୍ନ, ଏ ଗ୍ରୀନ କ୍ରାକର କ’ଣ ? କିଭଳି ଏହାକୁ ଚିହ୍ନିବେ? ପରିବେଶବିତଙ୍କ ମତରେ, ଗ୍ରୀନ କ୍ରାକରରେ ଅପେକ୍ଷାକୃତ ସ୍ବଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ। ପାରଂପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବା ବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ। ପାରମ୍ପରିକ ବାଣର ଶବ୍ଦ ତୀବ୍ରତା ୧୬୦ ଡେସିବେଲ ପାଖାପାଖି ଥିବା ବେଳେ ଗ୍ରୀନ୍ କ୍ରାକରରେ ଏହା ୧୧୦ରୁ ୧୨୫ ଡେସିବେଲ ମଧ୍ୟରେ ରହିଥାଏ। ସମସ୍ତ ଗ୍ରୀନ୍ କ୍ରାକର ପ୍ୟାକେଟରେ CSIR ସାର୍ଟିଫାଏଡ୍ ଗ୍ରୀନ୍ ଲୋଗୋ ଥିବ, ଫଳରେ ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ ।
Published By: Santosh Kumar Sahoo
Last updated: 08 November 2023, 09:53 PM IST
ଗତକାଲି ଓଡ଼ିଶା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ ।