ଗାଁକୁ ରାସ୍ତା ନାହିଁ, ଆଗରୁ ଥିଲା ବାଲିବସ୍ତା ଏବେ କାଠ ପୋଲ ହିଁ ଭରସା । ପ୍ରତିଶ୍ରୁତି ମିଳିଛି ଯେ, କେବେ ପୋଲ ହେବ ଜଣାନାହିଁ ?
Published By: Manoranjan Behera
Last updated: 22 October 2023, 12:43 PM IST
ସାତଭାୟାର ସାତଟି ଗାଁ । ଆଉ ସେହି ୭ଟି ଗାଁର ଆରାଧ୍ୟା ଦେବୀ ଥିଲେ ମା’ପଞ୍ଚୁବରାହୀ । ବଙ୍ଗୋପସାଗର କୂଳରେ ପୂଜା ପାଇ ଆସୁଥିଲେ ମା’। ଲୋକଙ୍କର ବିଶ୍ୱାସ ଥିଲା, ମାଆଙ୍କ ମନ୍ଦିର କାରଣରୁ ସମୁଦ୍ର ଗାଁ ମୁହାଁ ହେବନାହିଁ । ମାତ୍ର ପ୍ରକୃତିର କରାଳ ରୂପ ଦୈବୀ ବିଶ୍ୱାସରେ ପାଣି ପୂରାଇ ଦେଲା ।