ଭୁବନେଶ୍ୱର ମହାନିଗମର ଅଳିଆ ନୀତିକୁ ନେଇ ଚର୍ଚ୍ଚା। ଗତକାଲି କଳ୍ପନା ଅଞ୍ଚଳରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଅଳାଇ ଗଦାଇ ବିଏମସି ଯେସାକୁ ତେସା ନୀତି ଆପଣାଇଥିବା ବେଳେ ଏହାକୁ କିନ୍ତୁ ଅନେକ ସମାଲୋଚନା କରିଛନ୍ତି। ସଂପୃକ୍ତ ଦୋକାନୀଙ୍କୁ ତାଗିଦ୍, ଫାଇନ୍, ଟ୍ରେଡ୍ ଲାଇସେନ୍ସ ବାତିଲ୍, ଦୋକାନ ସିଲ ଭଳି ଅନେକ ଆଇନଗତ ପ୍ରାବଧାନ ଥିବା ବେଳେ ବିଏମସିର ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ଅନେକ। ଆଉ କିଛି, ବିଏମସି ଏ ନିୟମ ପ୍ରଭାବଶାଳୀ ଓ ପ୍ରତିଷ୍ଠିତଙ୍କ କ୍ଷେତ୍ରରେ ଲାଗୁ କରିବ ତ, ତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ।
Published By: Sarbeswar
Last updated: 21 July 2023, 10:17 PM IST
ଏବେକା ସମୟରେ ଜଣେ ଏମଏଲଏ କି ମନ୍ତ୍ରୀ ହୋଇଗଲେ ସାତ ପୁରୁଷ ପାଇଁ ଧନ ସଂଚୟ କରୁଛନ୍ତି। ହେଲେ ଆଗେ ବିଧାୟକମାନେ ଜନସେବାକୁ ମନ୍ତ୍ର କରି ପରିବାର କଥା ଭୁଲି ଯାଉଥିଲେ। ଯାହାର ପ୍ରମାଣ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀରୁ। ୬୦ ଦଶକରେ ସୁକିନ୍ଦାର ବିଧାୟକ ଥିବା ସ୍ୱର୍ଗତ ବାଇଧର ସିଂଙ୍କ ପରିବାରର ଦୁଃସ୍ଥିତି ଆଖିରେ ନଦେଖିଲେ ବିଶ୍ୱାସ ହେବନି। ଅଟୋରେ ଅଣ୍ଡା ବିକି ଚଳୁଛନ୍ତି ତାଙ୍କ ପରିବାର।