ବହୁ ପ୍ରତୀକ୍ଷାର ଅନ୍ତ, ସତ ହେଲା ସ୍ବପ୍ନର ଉଡ଼ାଣ। ଦ୍ବିତୀୟ ଭାରତୀୟ ଭାବେ ମହାକାଶ ଗଲେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା। ଆଜି ନିର୍ଦ୍ଧାରିତ ସମୟରେ ଆକ୍ସିଅମ୍-୪ ମିଶନର ସଫଳ ଲଞ୍ଚିଂ ହୋଇଥିବା ବେଳେ, ଏବେ ମହାକାଶରେ ପୃଥିବୀ ଚାରିପଟେ ଘୁରି ବୁଲୁଛନ୍ତି ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ । ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ହେବ ଡ୍ରାଗନ୍ ସ୍ପେଶ କ୍ୟାପସୁଲ୍ ର ଡକିଂ। ୪ ମହାକାଶଚାରୀ ସେଠାରେ ୧୪ ଦିନ ରହି କରିବେ ୬୦ରୁ ଅଧିକ ଏକ୍ସପେରିମେଣ୍ଟ।
Published By: Santosh Kumar Sahoo
Last updated: 25 June 2025, 10:03 PM IST
ପଞ୍ଜାବ ପୋଲିସ କହିଛି ଯେ ଲୁଧିଆନାର ୬୭ ବର୍ଷୀୟା ରୁପିନ୍ଦର କୌର ପାନ୍ଧେର ଇଂଲଣ୍ଡରେ ରହୁଥିବା ଜଣେ ଏନଆରଆଇ ଚରଣଜିତ ସିଂହ ଗ୍ରେୱାଲଙ୍କୁ ବିବାହ କରିବା ପାଇଁ ଭାରତ ଆସିଥିଲେ, କିନ୍ତୁ ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା। ତା ପୂର୍ବରୁ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ନେଇଯାଇଥିଲେ ଭାବୀ ବର ।