Advertisment

Social Work: ଅଜଣା ଶବର ସାଥୀ ସଂଘମିତ୍ରା, କେହି ନଥିଲେ ସେ ଦିଅନ୍ତି ମୁଖାଗ୍ନି

ଅଜଣା ଶବ ସାଥୀ ସଂଘମିତ୍ରା । ମୃତ୍ୟୁ ସମୟରେ ଯାହାର କେହି ନଥାନ୍ତି ତାଙ୍କ ପାଇଁ ସଂଘମିତ୍ରା ଥାଆନ୍ତି । ସାମାଜିକ ବାସନ୍ଦ, କଟକଣାକୁ ବେଖାତିର କରି ସେ ଏହି କାମ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

author-image
Namita Biswal

ଦର୍ଶକବନ୍ଧୁ କ'ଣ ଭାବୁଛନ୍ତି ? ଜଣେ ମହିଳାଙ୍କୁ ଶବଦାହ କରୁଥିବାର ଦେଖି ଆପଣଙ୍କୁ ଅଜବ ଲାଗୁଥାଇପାରେ । କାରଣ ଆମ ସମାଜ ଶିଖାଇଛି ଜଣେ ନାରୀ କେବେ ହେଲେ ଏହି କାମ କରିପାରିବ ନାହିଁ । କାରଣ ସେ ଅବଳା ଦୁର୍ବଳା । ହେଲେ ଏହି ଉକ୍ତିକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଏହି ମହିଳା ଜଣକ । ଆପଣ ଦେଖୁଥିବା ଏ ନାରୀଙ୍କୁ ଆପଣ ନାରାୟଣୀ ବୋଲି କହିପାରିବା । କାହିଁକିନା ଯାହାକୁ ସମାଜ ଆଡ଼ ଆଖିରେ ଅନାଏନି ତାକୁ ସେ ନିଜେ କୋଳାଇ ନିଅନ୍ତି । ଏ ହେଉଛନ୍ତି ଅଜଣା ଶବ ସାଥୀ ବରଗଡ଼ର ସଂଘମିତ୍ରା ପଟେଲ । ମୃତ୍ୟୁ ସମୟରେ ଯାହାର କେହି ନଥାନ୍ତି ତାଙ୍କ ପାଇଁ ସଂଘମିତ୍ରା ଥାଆନ୍ତି । 

Advertisment
Bargarh Social Worker Funeral
Advertisment
Advertisment