Odisha Family's Struggle
ଘର ଅଗଣାରୁ ବାହାରକୁ ଚାହିଁ ରହିଛନ୍ତି ସିଏ । କେତେବେଳେ ହସି ଦେଉଛନ୍ତି ତ କେତେବେଳେ କିଛି କହିବାକୁ ଚେଷ୍ଟା କରୁଛନ୍ତି । ବାହାରକୁ ଆସି ଖୋଲା ଆକାଶ ତଳେ ବୁଲିବାକୁ ସେ ଇଚ୍ଛା କରୁଛନ୍ତି । ହେଲେ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଶିକୁଳିରେ ବନ୍ଧା ହୋଇ ତାଙ୍କ ଜୀବନ କଟୁଛି । ହାତ ଗୋଡ଼ ବନ୍ଧା ଅବସ୍ଥାରେ ହିଁ ମାଆ ତାଙ୍କୁ ଖୁଆଇ ଦିଅନ୍ତି ଆଉ ନିତିଦିନର କାମ କରିବାରେ ସାହାଯ୍ୟ କରିଥାନ୍ତି । ଏ ହେଉଛନ୍ତି ନରସିଂହପୁର ବ୍ଳକ ବନ୍ଧହୁଡା ଗାଁର ସନାତନ ସାହୁଙ୍କ ପୁଅ ବିଭୁତି ଭୂଷଣ ସାହୁ । ବୟସ ୩୭ ଛୁଇଁଲାଣି । ଯେଉଁ ବୟସରେ ପୁଅ ବିଭୂତି ରୋଜଗାର କରି ପରିବାର ଚଳାଇବା କଥା, ଆଜି ସେ ଘରେ ବନ୍ଧା ହୋଇ ପଡି ରହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)