Advertisment

Missing Son Return: ୧୦ ବର୍ଷ ହେଲା ମାଆ କୋଳରୁ ହଜିଯାଇଥିଲା ପୁଅ, ଖୋଜି ଆଣିଲେ ମୋହନ ସରକାର

୧୦ ବର୍ଷ ହେଲା ମାଆ କୋଳରୁ ହଜିଯାଇଥିଲା ପୁଅ। ବାପା ମାଡ଼ ମାରି ମାଆଠୁ ପୁଅକୁ ଛଡ଼ାଇ ନେଇ ଲୁଚାଇ ଦେଇଥିଲେ। ବିଜେଡି ନେତାଙ୍କ ଚାପରେ ମାଆଙ୍କୁ ନ୍ୟାୟ ମିଳିନଥିଲା । ହେଲେ ମୋହନ ସରକାର ଆସିଲେ ନ୍ୟାୟ ଦେଲେ ।

author-image
Namita Biswal
ଅଦ୍ୟତନ ହୋଇଛି

୧୦ ବର୍ଷ ହେଲା ମା କୋଳରୁ ହଜିଯାଇଥିଲା ପୁଅ । ବାପା ମାଡ଼ ମାରି ମାଆ ଠୁ ପୁଅକୁ ଛଡ଼ାଇ ନେଇ ଲୁଚାଇ ଦେଇଥିଲେ  । ବିଜେଡି ନେତାଙ୍କ ଚାପରେ ମାଆଙ୍କୁ ନ୍ୟାୟ ମିଳିନଥିଲା । ହେଲେ ମୋହନ ସରକାର ଆସିଲେ ନ୍ୟାୟ ଦେଲେ । ଆଉ ୧୦ ବର୍ଷ ପରେ ମାଆ କୋଳକୁ ଫେରିଲା ହଜିଲା ପୁଅ । ଦର୍ଶକବନ୍ଧୁ ଏ କାହାଣୀ ହେଉଛି ବାଲେଶ୍ୱରର ସୀମା ଶତପଥୀଙ୍କର । ସ୍ୱାମୀ କମଳାକାନ୍ତ ମିଶ୍ରଙ୍କ ସହ କଳି ବିବାଦ କାରଣରୁ ୨୦୧୬ ମସିହାରେ କମଳାକାନ୍ତ ସୀମାଙ୍କ ବାପଘରେ ପଶି ତାଙ୍କୁ ମାଡ଼ ମାରିବା ସହ ୪ ବର୍ଷର ଶିଶୁପୁତ୍ରକୁ ଧରି ଫେରାର ହୋଇଯାଇଥିଲେ । ସୀମା ନିଜ ପରିବାର ସହ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ କୋଉଠି ପାଇ ନଥିଲେ। ଦିନ ରାତି ସେ ତାଙ୍କ ପୁଅକୁ ଝୁରି ଝୁରି ହେଉଥିଲେ। ଶେଷରେ ଆଜି ତାଙ୍କ ମୁହଁରେ ହସ ଫୁଟିଛି ।

Advertisment
Balasore Missing Son Returns
Advertisment
Advertisment