Sabitri
ପୁରାଣର ସେ ସାବିତ୍ରୀ, ଆଉ ଏ ସାବିତ୍ରୀ ଦୁହେଁ ସମାନ । ସେ ମୃତ୍ୟୁ ମୁହଁରୁ ସ୍ୱାମୀଙ୍କୁ ଫେରାଇ ଆଣିଥିଲେ । ଆଉ ଏ ସ୍ତ୍ରୀ ବି ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଆଣିଛନ୍ତି । କେବଳ ଫରକ ଏତିକି ସେହି ଦିନ ଠାରୁ ଏ ସତ୍ୟବାନ ୮ ବର୍ଷ ହେଲା ବେଡ୍ରେ ପଡ଼ି ରହିଛନ୍ତି । ଆଉ ବାହାରେ ଟିକିଏ ବୁଲିବାକୁ ଚାହିଁଲେ ତାଙ୍କ ସାବିତ୍ରୀ ତାଙ୍କୁ ହ୍ୱିଲ୍ ଚେୟାରେ ବୁଲାଇ ନେଉଛନ୍ତି । ୮ ବର୍ଷ ତଳେ ସ୍ତ୍ରୀ ସାବିତ୍ରୀ ଓଷା କରିଥିଲେ, ଆଉ ସ୍ୱାମୀ ତାଙ୍କ ପାଇଁ ଗଛକୁ ଚଢ଼ି ନଡ଼ିଆ ପାରିବା ବେଳେ ତଳେ ପଡ଼ି ତାଙ୍କର ଏପରି ଅବସ୍ଥା ହୋଇଛି । ଏହି ଦମ୍ପତି ହେଉଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ୨୧ ନମ୍ବର ୱାର୍ଡ ସନ୍ତରା ଗାଁର ସନ୍ତୋଷ ପରିଡ଼ା ଏବଂ ପ୍ରମିଳା ପରିଡ଼ା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)