Transgender Success
ମାଇଚିଆ, କିନ୍ନର କହି ସାଙ୍ଗସାଥୀ ଦୂରେଇ ଯାଉଥିଲେ । ଛକା କହି ଚିଡାଉଥିଲେ । ପାଠ ପଢିବାକୁ ଆଗ୍ରହ ଥିଲେ ବି ଲୋକଲଜ୍ଜାକୁ ଡରି ସ୍କୁଲ୍ ଯାଇପାରି ନଥିଲି, ହେଲେ ଆଜି ମୁଁ ସ୍ୱାଭିମାନର ସହ ବଞ୍ଚିବା ଶିଖିଛି, ବୟସ ଗଡ଼ି ଯାଇଥିଲେ ବି ମୁଁ ପାଠ ପଢି ମାଟ୍ରିକ୍ ପାସ୍ କରିଛି, ମୁଁ ବି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛି । ମୁଁ ଯେ କେବଳ ତାଳି ମାରିବାକୁ ଜନ୍ମ ହୋଇଥିଲି ତାହା ନୁହଁ, ମୋ ପାଇଁ ବି ଲୋକେ ତାଳି ମାରିବେ ସେ କାମ କରି ଦେଖାଇଛି... ହଁ ଆଜ୍ଞା ଏ ଖୁସି ଆଉ ଉତ୍ସାହକୁ ଦେଖିଲେ ଠିକ୍ ସେମିତି ଲାଗୁଛି, ସାବାସୀ ନ ଦେଇ କେହି ରହି ପାରିବନି... ଦେବେନି ବା କେମିତି, ଏମାନେ ଯେ ସାହି ପଡ଼ିଶା, ସାଙ୍ଗସାଥୀଙ୍କ ଟୁପୁରୁ ଟାପୁରର କଥାକୁ କାନ ପାତି ସହିଥିଲେ, ଆଉ ଆଜି ତାର ଜବାବ କଲମରେ ଦେଇଛନ୍ତି... ପାଠ ପଢି ମାଟ୍ରିକ୍ ପାସ୍ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)