ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି । ଆଜି ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ଏହା ସହିତ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଉତ୍ସବ ଆରମ୍ଭ ହୋଇଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ୭୫ ତମ ସ୍ୱାଧୀନତା ଦିବସରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆଜି ସ୍ୱାଧୀନତାର ଏହି ପର୍ବରେ ଦେଶ ନିଜର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରୁଛି ।
Published By: Pallipuspa Samal
Last updated: 15 August 2021, 10:40 AM IST
ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା ଏବଂ ଶେଷରେ ଜେଲ୍ରେ ପ୍ରେମିକାକୁ ବିବାହ କଲେ ପ୍ରେମିକ। କଟକ ଚୌଦ୍ୱାର ସର୍କଲ ଜେଲ୍ରେ ଦୁଇ ପରିବାର ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ। ସୂଚନା ଅନୁସାରେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ପିଠାପଡ଼ା ଗାଁର ଚିନ୍ମୟୀ ସେଠୀ ଏବଂ ସାଲେପୁର କଟରୋପା ଅଞ୍ଚଳର ଅଂଶୁମାନ ମଲ୍ଲିକ ପରସ୍ପରକୁ ଭଲ ପାଉଥିଲେ। ତେବେ କିଛିଦିନ ପରେ ଅଂଶୁମାନ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଚିନ୍ମୟୀ ଜାଣିବାକୁ ପାଇଲେ। ଏନେଇ ଗାଁରେ ବୈଠକ ଡାକିବା ପରେ ବି କୌଣସି ସୁଫଳ ନ ମିଳିବାରୁ ଝିଅ ଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।