Advertisment

ପ୍ରେମ, ପ୍ରତାରଣା ପରେ ଜେଲ୍‌ରେ ବିବାହ

ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା ଏବଂ ଶେଷରେ ଜେଲ୍‌ରେ ପ୍ରେମିକାକୁ ବିବାହ କଲେ ପ୍ରେମିକ। କଟକ ଚୌଦ୍ୱାର ସର୍କଲ ଜେଲ୍‌ରେ ଦୁଇ ପରିବାର ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ। ସୂଚନା ଅନୁସାରେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ପିଠାପଡ଼ା ଗାଁର ଚିନ୍ମୟୀ ସେଠୀ ଏବଂ ସାଲେପୁର କଟରୋପା ଅଞ୍ଚଳର ଅଂଶୁମାନ ମଲ୍ଲିକ ପରସ୍ପରକୁ ଭଲ ପାଉଥିଲେ। ତେବେ କିଛିଦିନ ପରେ ଅଂଶୁମାନ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଚିନ୍ମୟୀ ଜାଣିବାକୁ ପାଇଲେ। ଏନେଇ ଗାଁରେ ବୈଠକ ଡାକିବା ପରେ ବି କୌଣସି ସୁଫଳ ନ ମିଳିବାରୁ ଝିଅ ଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

author-image
Pallipuspa Samal

Odisha Cuttack
Advertisment
Advertisment