Advertisment

ଓଡ଼ିଶାର ୨ କମାଣ୍ଡୋଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ

ଓଡ଼ିଶାର ୨ ଯବାନଙ୍କୁ ମିଳିବ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସହିଦ ୨ ଏସ୍ଓଜି କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ମରଣୋତ୍ତର ଶୌଯର୍ୟ ଚକ୍ର ସମ୍ମାନ ମିଳିବ। ମାଓବାଦୀଙ୍କ ସହ ଗୁଳି ବିନିମୟରେ ଏହି ଦୁଇ କମାଣ୍ଡୋ ଅସୀମ ବୀରତ୍ୱ ପ୍ରଦର୍ଶନ କରିବା ସହ ସହିଦ ହୋଇଥିଲେ। ପୋଲିସ ଡିଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହାସହ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି। ଅଦମ୍ୟ ସାହସ ଓ ବୀରତ୍ୱ ପ୍ରଦର୍ଶନ କରିଥିବା ପୋଲିସର ଯବାନଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥାଏ। ଓଡ଼ିଶା ପୋଲିସର ୨ କମାଣ୍ଡୋଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରିଥିବାରୁ ପୋଲିସ ଡିଜି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

author-image
Pallipuspa Samal

Odisha Shaurya Chakra Posthumously
Advertisment
Advertisment