ସତ ଜୁଇରେ ଶୋଇଗଲେ ମନୋଜ
ନୀରବି ଗଲେ ବଲିଉଡର ଭର୍ସଟାଇଲ ଅଭିନେତା ମନୋଜ କୁମାର। ୮୭ ବର୍ଷ ବୟସରେ ସେ ଆଖିବୁଜିଛନ୍ତି। ସେ ଚାଲିଗଲେ ସିନା ତାଙ୍କ ଅପାସୋରା ଅଭିନୟ ତାଙ୍କୁ ଚୀର ସବୁଜ କରି ରଖିବ। କେତେବେଳେ ସେ ୧୦ ନମ୍ବରୀ ତ ଆଉ କେତେବେଳେ ସେ ଥିଲେ କ୍ରାନ୍ତୀକାରୀ। ବଡ଼ ଭାଇ ହୋଇ ତୁଲାଇଥିଲେ ଦାୟିତ୍ୱ। ଦେଶ ଭକ୍ତିର ଗାଉଥିଲେ ଗୀତ। ଆଉ କେତେବେଳେ ସନ୍ନ୍ୟାସୀ ପାଲଟି ବେଇମାନିଙ୍କ ଉପରେ ରଖୁଥିଲେ ନଜର। ସବୁ ପ୍ରକାର ଅଭିନୟରେ ସେ ଥିଲେ ଓସ୍ତାଦ। କେବଳ ଅଭିନୟ ନୁହେଁ, ଅନେକ ଫିଲ୍ମରେ ସେ ଛାଡି ଯାଇଛନ୍ତି ନିର୍ଦ୍ଦେଶନାର ବି ଛାପ। ହେଲେ ଆଜି ଜୀବନ ନାଟକର ଶେଷ ଦୃଶ୍ୟ ସାରି ବାହୁଡି ଯାଇଛନ୍ତି ମନୋଜ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)