ଫିଲ୍ମ ପ୍ରଦର୍ଶନ, ଆଉ ତା ସହିତ ମାନସ ମନ୍ଥନ । ଫୋକସରେ ଜାତୀୟ ଦୃଶ୍ୟପଟ୍ଟରେ ଆଞ୍ଚଳିକ ସିନେମା । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ନିଆରା ଫିଲ୍ମ କନକ୍ଲେଭ ତରଙ୍ଗ ସିନେଫ୍ଲିକ୍ସ ୨୦୨୩ ଉଦଯାପିତ ହୋଇଛି ଅଭୂତପୂର୍ବ ସଫଳତାର ସହ ।
ଆଜି ଦ୍ୱିତୀୟ ଦିନରେ ସ୍କ୍ରିନିଂ ହୋଇଥିଲା ମରାଠୀ ଫିଲ୍ମ ଧୂସର, ବଙ୍ଗାଳି ଫିଲ୍ମ ହାମି-ଟୁ ଓ ଗୁଜରାଟୀ ଭାଷାରେ ହେଲ୍ଲାରୋ । ଏଥିସହିତ ଆଲୋଚନାରେ ଭାଗ ନେଇଥିଲେ ପ୍ରଖ୍ୟାତ ଅଭିନେତା ତଥା ଫିଲ୍ମ ନିର୍ମାତା ଅମୋଲ ପାଲେକର, ତାଙ୍କ ପତ୍ନୀ ତଥା ଲେଖିକା ସନ୍ଧ୍ୟା ଗୋଖଲେ ଏବଂ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ।
Published: Tanmay Kumar Mahalik
Last updated: 12 March 2023, 09:36 PM IST
ମଧୁବାଲାଙ୍କ ସୌନ୍ଦର୍ଯ୍ୟ ପ୍ରତି କେବଳ ଦର୍ଶକ ନୁହଁନ୍ତି ଚଳଚ୍ଚିତ୍ର ଦୁନିଆର ଅନେକ କଳାକାର ମଧ୍ୟ ପାଗଳ ହେଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ କପୁର ପରିବାରର ସନ୍ତାନ। ମଧୁବାଲାଙ୍କ ସୌନ୍ଦର୍ଯ୍ୟ ଦେଖି କପୁର ପରିବାରର ଏହି ସନ୍ତାନ ଏତେ ପାଗଳ ହୋଇଯାଇଥିଲେ ଯେ ସେ ସଂଳାପ ଭୁଲିଯାଉଥିଲେ।