Advertisment

Jollywood Controversy: ଥମୁନି ଯଲିଉଡ୍‌ କଳି, ନରିଙ୍କ ପରେ ଏବେ ଅକଳରେ କମେଡିଆନ ଦୟାନିଧି

ଯାତ୍ରାରେ କମେଡିକୁ ଅଣଦେଖା କରୁଛନ୍ତି ଲେଖକ । ଯାତ୍ରାରେ ନବରସ ଥିଲେ ଯାତ୍ରା ଚାଲେ । ନିର୍ଦ୍ଦେଶକ, ମାଲିକ କି ଲେଖକ କମେଡିକୁ ଗୁରୁତ୍ବ ଦେଉନାହାନ୍ତି । ମନଇଚ୍ଛା ଲେଖି ଫୋପଡି ଦେଉଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି

କମେଡିଆନ ଦୟାନିଧିଙ୍କ ଖୋଲାଖୋଲି ଅଭିଯୋଗ ଯାତ୍ରା ମାଷ୍ଟର, ନିର୍ଦ୍ଦେଶକ ଓ ମାଲିକଙ୍କ ବିରୁଦ୍ଧରେ । ଯାତ୍ରାରେ କମେଡି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାଗ ରୁଷା, ସିରିୟସ୍ ଡାଇଲଗ ଭିତରେ ମଣିଷକୁ ଟିକିଏ ହସାଇବା କମେଡିଆନଙ୍କ ପାଇଁ କଷ୍ଟକର ହୋଇପଡିଥାଏ । କିନ୍ତୁ ଯାତ୍ରା ଲେଖକମାନେ କମେଡିଆନଙ୍କୁ ଗୁରୁତ୍ବ ଦିଅନ୍ତି ନାହିଁ କି ମାଲିକମାନେ ଗୋଟିଏ କି ଦୁଇଟି ସିନ ଦେଇ ଦେଲେ ହୋଇଗଲା ବୋଲି ଭାବନ୍ତି । ଦୟାନିଧିଙ୍କ ଏଭଳି ମତକୁ ନେଇ ଯାତ୍ରା ଲେଖଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । କମେଡିଆନ ଦୟାନିଧିଙ୍କ ପାଇଁ ମାଷ୍ଟରମାନେ ଆଉ ଲେଖିବେନି ବୋଲି କହିଛନ୍ତି ।   

Advertisment
Jollywood Jollywood Actors Odia Comedian
Advertisment
Advertisment