Advertisment

Dayanidhi: କ୍ଷମା ମାଗିଲେ ହାସ୍ୟାଭିନେତା ଦୟା

ମୁଁ ମୋ ପାଇଁ କହି ନ ଥିଲି, ସବୁ ହାସ୍ୟାଭିନେତାଙ୍କ ପାଇଁ କହିଥିଲି । ଯଦି ଆମକୁ ଗୌଣ କରାଯିବ, ଆମେ ବଞ୍ଚିବୁ କିପରି କହିଥିଲି। ସାର୍‌ମାନଙ୍କୁ ଆକ୍ଷେପ କରିବା ପାଇଁ କହି ନ ଥିଲି ବୋଲି ଦୟା କହିଛନ୍ତି ।

author-image
Santosh Kumar Sahoo

ଆପଣଙ୍କ କଲମ ମୁନରୁ ଆମ ଘରର ଚୁଲି ଜଳିବା ପର୍ଯ୍ୟନ୍ତ ଏକ ଲମ୍ବା ଲାଇନ୍ ଅଛି । ପ୍ରତାପ ମହାନ୍ତି କିଛି ଭୁଲ୍‌ କହିନାହାନ୍ତି । କିନ୍ତୁ ପ୍ରତାପଙ୍କୁ ସୋ କଜ୍‌ ନ ଦେଇ ବୟକଟ୍‌ କରିବା ମୋତେ ଭାରି କଷ୍ଟ ଦେଇଛି । ଏନେଇ ପୁର୍ନଃବିଚାର କରିବାକୁ ମୁଁ ମାଲିକମାନଙ୍କୁ ଅନୁରୋଧ କରୁଛି ବୋଲି ଯାତ୍ରା କଳାକାର ଦୟା କହିଛନ୍ତି । ସେହିପରି ଗୁରୁଙ୍କୁ ଅସମ୍ମାନ ଅଭିଯୋଗ ପ୍ରସଙ୍ଗରେ କ୍ଷମା ମାଗିଛନ୍ତି ହାସ୍ୟାଭିନେତା ଦୟା । ପିଲା ବୋଲି ଭାବି କ୍ଷମା କରିଦେବେ, ସାର୍‌ମାନେ ରାଗିକି କହିଛନ୍ତି । ମୁଁ ମୋ ପାଇଁ କହି ନ ଥିଲି, ସବୁ ହାସ୍ୟାଭିନେତାଙ୍କ ପାଇଁ କହିଥିଲି । ଯଦି ଆମକୁ ଗୌଣ କରାଯିବ, ଆମେ ବଞ୍ଚିବୁ କିପରି କହିଥିଲି। ସାର୍‌ମାନଙ୍କୁ ଆକ୍ଷେପ କରିବା ପାଇଁ କହି ନ ଥିଲି ବୋଲି ଦୟା କହିଛନ୍ତି ।

Advertisment
Odisha Jatra Artist Jollywood
Advertisment
Advertisment